Latest Odisha News

BREAKING NEWS

୪ର୍ଥ ଥର ପାଇଁ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ, କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ମୁମ୍ବାଇ: ଆରବିଆଇର ମୁଦ୍ରା ନୀତି କମିଟି ପକ୍ଷରୁ ବଡ଼ ଉପହାର। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ରେପୋ ହାର ଅପରିବର୍ତ୍ତନ ହେବା ପରେ ଶୁକ୍ରବାର କଂଗ୍ରେସ ଦାବି କରିଛି ଯେ ମୁଦ୍ରାସ୍ଫୀତି କାରଣରୁ ଅନେକ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଥାଉକି ରିଜର୍ଭ ବ୍ୟାଙ୍କ କେବଳ ୬.୫ ପ୍ରତିଶତରେ କେନ୍ଦ୍ରୀୟ ବ୍ୟାଙ୍କ ପଲିସି ରେପୋ ହାର ବଜାୟ ରଖିଛି। ଆରବିଆଇର ଏହି ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଅଗଷ୍ଟ ୨୦୨୩ ରେ ସିପିଆଇ ୬.୮୩ ପ୍ରତିଶତ ଥିଲା। ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ କ୍ରମାଗତ ବୃଦ୍ଧି ହେତୁ କୋଟି କୋଟି ପରିବାର ସମ୍ମୁଖୀନ ହେଉଥିବା ପ୍ରକୃତ ଅସୁବିଧାକୁ ଏହା ନିଶ୍ଚିତ ଭାବରେ ଦର୍ଶାଉଛି।

ଅନ୍ୟପଟେ ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ସମସ୍ତ ପ୍ରାସଙ୍ଗିକ ଦିଗ ଉପରେ ବିସ୍ତୃତ ଆଲୋଚନା ପରେ ମୁଦ୍ରା ନୀତି କମିଟି ରେପୋ କେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। ଏହି ଅବଧି ମଧ୍ୟରେ ଆରବିଆଇ ଗଭର୍ନର ଜିଡିପି ଆକଳନରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇବା ନେଇ ଆଶା କରାଯାଉଛି। ଆରବିଆଇ ଗଭର୍ନର କହିଛନ୍ତି, ରେପୋ ରେଟ୍‌ ବୃଦ୍ଧିର ପ୍ରଭାବ ଅର୍ଥନୀତି ଉପରେ ଦୃଶ୍ୟମାନ ହେଉଛି।

Comments are closed.