Latest Odisha News

ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, କାହାକୁ ସମର୍ଥନ କରିବେ ନବୀନ?

ଭୁବନେଶ୍ୱର: ସଂସଦରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ। ଏନଡିଏ ସରକାର ଲୋକସଭାରେ ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଥିଲେ ମଧ୍ୟ ରାଜ୍ୟସଭା ମାଧ୍ୟମରେ ଦିଲ୍ଲୀ ବିଲ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହାରି ଭିତରେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର କଂଗ୍ରେସ ସମର୍ଥନ ଜଣାଇ ସାରିଛି। ଯାହା ବିରୋଧୀ ଇଣ୍ଡିଆ ମେଣ୍ଟକୁ ନାଖୁସ କରିଛି। ଏବେ ନଜର ରହିଛି ଏନଡିଏରେ ସାମିଲ ହୋଇନଥିବା କିନ୍ତୁ ଏନଡିଏ ସହ ସୁସମ୍ପର୍କ ରଖିଥିବା ବିଜେଡି ଉପରେ।

ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ସଂଖ୍ୟା ୧୨୦ ଥିବା ବେଳେ ମୋଟ ସଦସ୍ୟଙ୍କ ସଙ୍ଖ୍ୟା ୨୩୮ ରହିଛି। ଏନଡିଏ ପାଖରେ ୧୦୫ ସଦସ୍ୟ ଥିବା ବେଳେ ପାଞ୍ଚ ଜଣ ମନୋନୀତ ଓ ଦୁଇ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ମିଳିବା ନିଶ୍ଚିତ। ଫଳରେ ଏନଡିଏର ସଂଖ୍ୟା ୧୧୨ରେ ପହଞ୍ଚିବ, ଯାହା ସଂଖ୍ୟା ଗରିଷ୍ଠତାଠାରୁ ୮ଟି କମ୍।

ରାଜ୍ୟସଭାରେ ବିଜୁ ଜନତା ଦଳର ପ୍ରମୁଖ ସଦସ୍ୟ ଥିବା ବେଳେ ୧୨ ଜଣ ସାଂସଦ ଅଛନ୍ତି। ବିଜେଡି ଅନେକ ଥର ମୋଦୀ ସରକାରଙ୍କୁ ସମର୍ଥନ ଜଣାଇଛି, କିନ୍ତୁ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲ୍ ଉପରେ କ’ଣ କରିବ ତାହା ସ୍ପଷ୍ଟ ହୋଇନାହିଁ।

ବିଜେଡି ସାଂସଦ ମୁନ୍ନା ଖାନ୍ କହିଛନ୍ତି, ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। “ଆମ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆମକୁ ଯାହା କହିବେ ଆମେ ତାହା କରିବୁ” ବୋଲି ସେ କହିଛନ୍ତି। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ସଂସଦରେ ଏନଡିଏର ସଂଖ୍ଯା ଗରିଷ୍ଠତା ରହିଛି ଏବଂ ଏଥିରେ କୌଣସି ଅସୁବିଧା ହେବ ନାହିଁ।

ପ୍ରଦେଶ କଂଗ୍ରେସ ମୁଖ୍ୟ ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ସଂସଦରେ ଭାଗ ନେବ ଏବଂ ତା’ପରେ ବିଲରେ ସନ୍ତୁଷ୍ଟ ନୁହେଁ ବୋଲି କହି କକ୍ଷତ୍ୟାଗ କରିବ। ଏହା ବିଜେପିକୁ ଫାଇଦା ଦେବ ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ବିଜେଡି ପରୋକ୍ଷରେ ବିଜେପିକୁ ସମର୍ଥନ କରିବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। “ରାଜ୍ୟରେ ବିଜେପି ସହ ମୁହାଁମୁହିଁ ସ୍ଥିତିରେ ଥିବାରୁ ସେମାନେ ସିଧାସଳଖ ସମର୍ଥନ କରିବେ ନାହିଁ, କିନ୍ତୁ ପରୋକ୍ଷରେ ସମର୍ଥନ ଦେବେ” ବୋଲି ମତ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏବେ ବିଜେଡି କ’ଣ ନିଷ୍ପତି ନେଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.