Latest Odisha News

ନିମାପଡା ଏନଏସି: ବଞ୍ଚିଲା ବିଜେଡି ଗାଦି

ପୁରୀ: ନିମାପଡା ଏନଏସିରେ ବଞ୍ଚିଲା ବିଜେଡି ଗାଦି । ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଖାରଜ ହୋଇଛି । ଅନସ୍ଥା ସପକ୍ଷରେ ୮ଟି ଭୋଟ ଆବଶ୍ୟକ ଥିବା ବେଳେ ସସ୍ମିତା ସାହୁଙ୍କ ବିରୋଧରେ ମୋଟ ୮ଟି ଭୋଟ ହିଁ ଆସିଥିଲା । ଯାହା ମଧ୍ୟରୁ ୭ଟି ଭୋଟ ସପକ୍ଷଣେ ଯାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି । ଯେଉଁକାରଣରୁ ଅନାସ୍ତା ପ୍ରସ୍ତାବ ପାଇଁ ଦୁଇ ତୃତୀୟାଂଶ ଭୋଟ ନହେବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି ।

ତେବେ କହିରଖୁଛୁ, ନିମାପଡ଼ା ଏନଏସିରେ ମୋଟ କାଉନସିଲରଙ୍କ ସଂଖ୍ୟା ୧୧ । ନିୟମ ଦୃଷ୍ଟିରୁ ଏନଏସି ଅଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାକୁ ହେଲେ ଦୁଇ ତୃଥୀୟାଂଶ  ଅର୍ଥାତ୍ ୮ଟି ଭୋଟର ଆବଶ୍ୟକତା ଥିଲା । ଯାହା ସପକ୍ଷରେ ନଯିବାରୁ ବିଜେଡି ନେତ୍ରୀ ତାଙ୍କର ସ୍ଥାନ ବଜାୟ ରଖିଛନ୍ତି ।

Comments are closed.