Latest Odisha News

BREAKING NEWS

ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପରେ କଟକଣା

ଭୁବନେଶ୍ୱର: ନଭେମ୍ବର ୩୦ରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀର ବିନ୍ଦୁସାଗର ତଥା ଅନ୍ୟାନ୍ୟ ଜଳାଶୟରେ ପାଳନ ନେଇ କଟକଣା ଲଗାଯାଇଛି।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଏନେଇ ଗୁରୁବାର ସୂଚନା ଦିଆଯାଇଛି।

ବିଏମସିର ସୂଚନା ଅନୁଯାୟୀ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ମନ୍ଦିର ପରିଦର୍ଶନ ସହ ଏହି ପର୍ବ ପାଳନକୁ ବାରଣ କରାଯାଇଛି।

ଆହୁରି ମଧ୍ୟ ବିନ୍ଦୁସାଗର, ଅନ୍ୟ ଜଳାଶୟ ଓ ନଦୀଘାଟରେ ଜନଗହଳିକୁ ନିଷେଧ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଯିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

Comments are closed.