ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ କୁହାଯାଇଛି।
“ଭାରତ ଯାତ୍ରା କରୁଥିବା ୫ ବର୍ଷରୁ କମ୍ ବୟସରୁ ପିଲାମାନେ ଉଭୟ ପୂର୍ବ ଏବଂ ପରବର୍ତ୍ତୀ କରୋନା ଟେଷ୍ଟ ହେବନି। ଘରେ କ୍ବାରେଣ୍ଟାଇନ୍ରେ ଥିବା ସମୟରେ ଯଦି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ପରୀକ୍ଷା ହେବ ଏବଂ ପ୍ରୋଟୋକଲ୍ ମଧ୍ୟ ଅନୁସରଣ କରିବେ।,”
ସାରା ବିଶ୍ୱରେ ଟିକାକରଣ ବୃଦ୍ଧି ଏବଂ ମହାମାରୀର ପରିବର୍ତ୍ତିତ ଲକ୍ଷଣକୁ ଦୃଷ୍ଟିରେ ରଖି ଭାରତରେ ଆନ୍ତର୍ଜାତୀୟ ଆଗମନ ପାଇଁ ନିର୍ଦ୍ଦେଶାବଳୀ ସମୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
Comments are closed.