Latest Odisha News

BREAKING NEWS

ଓଡିଶାକୁ ନାହିଁ ବାତ୍ୟା ଭୟ: ପାଣିପାଗ ବିଭାଗ

ଭୁବନେଶ୍ୱର: କରୋନା ସାଙ୍ଗକୁ ବାତ୍ୟାର ଭୟରେ ଥିବା ଓଡିଶାବାସୀଙ୍କ ପାଇଁ ଏକ ଆସ୍ୱସ୍ତିର ଖବର ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପୂର୍ବଉପକୂଳ ରାଜ୍ୟ ଗୁଡିକ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୋମବାର ବିଳମ୍ବିତ ରାତିରେ ପାଣିପାଗ ବିଭାଗ ସୂଚନା ଦେଉଛି।

ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଏପ୍ରିଲ ୩୦ ରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଦେଇ ଏପ୍ରିଲ ୩୦ ରୁ ମେ ୩ ମଧ୍ୟରେ ମିଆଁମାର ଉପକୂଳ ଆଡକୁ ଗତି କରିବ।

ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.