Latest Odisha News

ଦୁଇଦିନ ଯାଏଁ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି । ସେପଟେ ହବିଷ୍ୟାଳି କେନ୍ଦ୍ରରେ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ ସେବା ପାଇଁ ଡିଜି ବ୍ୟବସ୍ଥା କରାଯାଇଥିବା ବେଳେ ଆବଶ୍ୟକ ଅନୁଯାୟୀ ଖାଦ୍ୟ ମହଜୁଦ ରଖାଯାଇଛି । ହବିଷ୍ୟାଳି ମା’ ମାନଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେପଟେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଲ୍ୟାଣ୍ଡଫଲ୍‌ ପୂର୍ବରୁ କିଛି ସ୍ଥାନରେ ପ୍ରଭାବ ଦେଖିବାକୁ ମିଳିଲାଣି । ଧାମରାରେ ଝିପିଝିପି ବର୍ଷା, ସାଙ୍ଗକୁ ପବନର ବେଗ କ୍ରମଶଃ ବଢ଼ିବାରେ ଲାଗିଲାଣି । ଗତ ୬ ଘଣ୍ଟା ହେବ ୧୫ କିମି ବେଗରେ ଗତି କରୁଛି ଦାନା । ବର୍ତ୍ତମାନ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ, ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବରୁ ୩୧୦ କିମି ଦୂରରେ ଅବସ୍ଥିତି ବାତ୍ୟା ଦାନା । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ ।

Leave A Reply

Your email address will not be published.