Latest Odisha News

BREAKING NEWS

କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇନାହିଁ; କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ସମୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ସୂଚନା ଦେଇଛନ୍ତି।

କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମୃତ୍ୟୁ ଖବର ଜଣାଇବା ପାଇଁ ସବିଶେଷ ନିର୍ଦ୍ଦେଶନାମା ଜାରି କରାଯାଇଛି।

“ସେହି ଅନୁଯାୟୀ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିୟମିତ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କରୋନା ମାମଲା ଏବଂ ମୃତ୍ୟୁର ରିପୋର୍ଟ କରନ୍ତି। ତେବେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଦ୍ୱାରା ବିଶେଷ ରିପୋର୍ଟ କରାଯାଇ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି।

Comments are closed.