ବ୍ରହ୍ମପୁର: ପାୱାର କଟ୍କୁ ନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଲୋକେ। କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଗୋଷାଣୀ ନୂଆଁଗାଁ ରୋଡ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆନ୍ଦୋଳନ ଯୋଗୁଁ ରାସ୍ତା ଉପରେ ଯାନବାହାନ ଗୁଡ଼ିକ ବହୁ ସମୟ ଧରି ଅଟକି ରହିଥିଲା। ଉତ୍ତେଜନା ବେଳେ ଟାଟା ପାୱାରର ଦୁଇ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିନଥିଲା। ପରେ ବିଭାଗୀୟ ଅଧିକାରୀ, ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡିଛି। ଦୁର୍ଘ ସମୟ ପରେ ଆନ୍ଦୋଳନରୁ ଓହରିଥିଲେ ଅଞ୍ଚଳବାସୀ।
Comments are closed.