Latest Odisha News

BREAKING NEWS

ବିଶ୍ୱ ଐତିହ୍ୟ ଦିବସ; ଆସନ୍ତାକାଲି ମାଗଣାରେ ବୁଲିପାରିବେ ସ୍ମାରକୀ

ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ଦିବସକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ସମେତ ଆଗ୍ରାର ଅନେକ ସ୍ମାରକୀ ପରିଦର୍ଶନ କରିପାରିବେ।

ଆସନ୍ତାକାଲି ଅର୍ଥାତ୍ ୧୮ ଏପ୍ରିଲରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯିବ ଏବଂ ଏହି ଦିନ ପର୍ଯ୍ୟଟକମାନଙ୍କୁ ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦରା, ଫତେପୁର ସିକ୍ରି ଏବଂ ଇତମାଦଉଦଦୌଲା ପରିଦର୍ଶନ କରିବା ପାଇଁ ଟିକେଟ୍ କିଣିବାକୁ ପଡ଼ିବ ନାହିଁ।

ଯାହା ଫଳରେ ପର୍ଯ୍ୟଟକମାନେ ଏବେ ବିନା ଟିକେଟରେ ମାଗଣାରେ ଏହି ସ୍ମାରକୀଗୁଡ଼ିକୁ ପରିଦର୍ଶନ କରିପାରିବେ।

Comments are closed.