Latest Odisha News

ବିଶ୍ୱକପ କ୍ରିକେଟ: ପ୍ରଶଂସକଙ୍କ ବିନା ଖେଳାଯିବ ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମଅପ ମ୍ୟାଚ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ସମ୍ପର୍କୀତ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟଡିୟମରେ ସେପ୍ଟମ୍ବର ୨୯ରେ ଖେଳାଯିବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମ ଅପ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ । ଯେଉଁମାନେ ଏଥିନେଇ ଟିକେଟ କିଣିଛନ୍ତି ସେମାନଙ୍କୁ ଅର୍ଥ ଫେରସ୍ତ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଗଣେଷ ବିସର୍ଜନ ଓ ମିଲାନ ଉନ ନବି ଉତ୍ସବ ପାଇଁ ହାଇଦ୍ରାବାଦ ପୋଲିସ ସଜାଗ ରହିବ । ଏହି କ୍ରିକେଟ ମ୍ୟାଚକୁ ସୁରକ୍ଷା ଯୋଗାଇବା ସମ୍ଭବପର ନୁହେଁ ବୋଲିସ ସ୍ଥାନୀୟ ପୋଲିସ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନକୁ ଜଣାଇ ଦେଇଥିଲା ।

ଏହା ବ୍ୟତୀତ ଅକ୍ଟୋବର ୯ ଓ ୧୦ରେ କ୍ରମାଗତ ୨ଟି ମ୍ୟାଚ ଆୟୋଜିତ ହେବାକୁ ଥିବାରୁ ସିକ୍ୟୁରିଟି ଏଜେନ୍ସି ଚିନ୍ତା ବ୍ୟକ୍ତ କରିଥିଲେ । ୨୦୨୩ ବିଶ୍ୱକପ କାର୍ଯ୍ୟସୂଚୀରେ ବଡଧରଣର ଅଦଳବଦଳ କରାଯାଇ ସାରିଛି । ଆଉ ଏଥିରେ ପରିବର୍ତନ କରା ଯାଇପାରିବ ନାହିଁ ବୋଲି ଆଇସିସି ଓ ବିସିସିଆଇ ପକ୍ଷରୁ ଜଣାଇ ଦିଆଯାଇଛି ।

Comments are closed.