Latest Odisha News

BREAKING NEWS

ଓଡ଼ିଶାକୁ ନାହିଁ ବାର୍ଡଫ୍ଲୁ ଭୟ, ଫାର୍ମଗୁଡିକୁ କରାଯାଉଛି ସଚେତନ

ଭୁବନେଶ୍ବର: ଏବେ ଦେଶରେ ଚିନ୍ତା ବଢାଇଛି ବାର୍ଡଫ୍ଲୁ । ଅନେକ ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ଖେଳି ଯାଇଥିବାବେଳେ ଲକ୍ଷଲକ୍ଷ ପକ୍ଷୀ ମଡକ ଦେଖିବାକୁ ମିଳିଛି । ଭାରତ ସମେତ ବିଶ୍ୱର କିଛି ଦେଶରେ ଏବେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିଛି। ଗତ ଏପ୍ରିଲରେ କେରଳ, ନାଗପୁର ଓ ଝାଡଖଣ୍ଡରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସନ୍ଦେହ କରାଯାଇଥିଲା। ଓଡ଼ିଶାରେ ଯେପରି ଏହା ସଂକ୍ରମଣ ନହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ଭାରତରେ ଦ୍ବିତୀୟ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ସତର୍କ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ବିଶେଷ କରି ବାହାରୁ ଆସୁଥିବା ପକ୍ଷୀଙ୍କ ସ୍ଥାନ ଚିଲିକା ଏବଂ ଭିତରକନିକା ଆଦି ସ୍ଥାନକୁ ଏବେ ନଜରରେ ରଖାଯାଇଛି। ତେବେ ଓଡ଼ିଶାକୁ ବାର୍ଡ ଫ୍ଲୁର କୌଣସି ଭୟ ନାହିଁ ଏବଂ ଚଳିତ ବର୍ଷ ସେଭଳି କିଛି ବିବରଣୀ ନାହିଁ ବୋଲି ଜଣାପଡ଼ିଛି।

ସୂଚନା ଥାଉକି ଶେଷ ଥର ପାଇଁ ଓଡିଶାରେ ୨୦୧୯ରେ ବାର୍ଡ ଫ୍ଲୁ ଦେଖାଦେଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ଥିବା‌ ବଡ ବଡ ଫାର୍ମଗୁଡିକୁ ଏବେ ସଚେତନ କରାଯାଉଛି ଏବଂ ପ୍ରତିଷେଧକ ବ୍ୟବସ୍ଥା ବାବଦରେ ସର୍ବେକ୍ଷଣ କରାଯାଉଛି। ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡା. ରବି ପଟ୍ଟନାୟକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବାର୍ଡ ଫ୍ଲୁ ନେଇ କୌଣସି ଭୟ ନାହିଁ। ଯାଞ୍ଚ ପାଇଁ ନିୟମିତ ପଠାଯାଉଛି ନମୁନା।

 

Comments are closed.