Latest Odisha News

BREAKING NEWS

‘ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା’

ଭୁବନେଶ୍ୱର: ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା । ଏନେଇ ଆଜି ସଫା ସଫା କହିଛନ୍ତି ରାଜ୍ୟ ସରକାର । ବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ।

ଏପରି ହେଲେ ସମ୍ବିଧାନ ଧାରା ୨୭ର ଉଲ୍ଲଂଘନ ହେବ ବୋଲି ସରକାର କହିଛନ୍ତି । ସେବାୟତଙ୍କୁ ସହାୟତା ନେଇ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ କୋରାପୁଟ ମା’ ମଙ୍ଗଳା ମନ୍ଦିର ସେବାୟତଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ମାମଲା ଦାଖଲ ହୋଇଥିଲା ।

ସେପଟେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗକୁ ନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନୋଟିସ । ରାଜ୍ୟ ସରକାର ଓ ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷକୁ ନୋଟିସ କରିଛନ୍ତି ହାଇକୋର୍ଟ । କଂଟେନ୍‌ମେଂଟ ଜୋନ୍ ବାହାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ଗତ ମାସ ୧୦ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ଯାଏଁ ରାଜ୍ୟ ସରକାରଙ୍କ କାହିଁକି ନିଷ୍ପତ୍ତି ନେଇ ନାହାନ୍ତି । ସେ ନେଇ ନୋଟିସରେ ରାଜ୍ୟ ସରକାରଙ୍କୁ ଜବାବ ତଲବ ହୋଇଛି ।

Leave A Reply

Your email address will not be published.