Latest Odisha News

BREAKING NEWS

ଟିକା ନେବାକୁ ମନା କଲେ ଆଉ ମାଗଣା ମିଳିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଏବେ ଯେଉଁମାନେ ଟିକା ନେଉ ନାହାନ୍ତି ପରେ ଆଉ ସେମାନଙ୍କୁ ମାଗଣା ଟିକା ମିଳିବ ନାହିଁ । ଏକଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଅନୁପସ୍ଥିତ ଥିଲେ ପରେ ଆସି ଟିକା ନେଇପାରିବେ ।

ରାଜ୍ୟରେ କିଛି ସ୍ୱାସ୍ଥ୍ୟକର୍ମୀ ଭୟ ଓ ମିଥ୍ୟା ଗୁଜବ ଶୁଣି ଟିକା ନେବାକୁ ମନା କରୁଛନ୍ତି । କେହି କେହି ପରେ ନେବୁ ବୋଲି ବି କହୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଫଳ ଟିକାକରଣ ଚାଲିଛି । ୩୨ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ଆଜି ରାଜ୍ୟରେ ତୃତୀୟ ଦିନରେ ୧୬ ହଜାର ୨୬୧ ଜଣଙ୍କୁ ଟିକା ଦାନ ଲକ୍ଷ୍ୟ ରଖିଛନ୍ତି ସରକାର ।

Leave A Reply

Your email address will not be published.