ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଶନିବାର ଦିନ କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀରେ ଚଳାଚଳ କରୁଥିବା ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ। ଏହିଭଳି ଯାନବାହାନକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ।
ଅପରପକ୍ଷରେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରୀ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଅନେକ ବଡ଼ବଡ଼ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସେହିପରି ଦିଲ୍ଲୀରେ ଖାଲି ସ୍ଥାନଗୁଡିକରେ ସରକାର ଗଛ ଲଗାଇବାକୁ ଯୋଜନା କରୁଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ, ଦିଲ୍ଲୀରେ ଚଳାଚଳ କରୁଥିବା ୯୦ ପ୍ରତିଶତ ସିଏନଜି ବସକୁ ୨୦୨୫ ଡିସେମ୍ବର ସୁଦ୍ଧା ପର୍ଯ୍ୟାୟ କ୍ରମେ ହଟାଯିବ।
ଅପରପକ୍ଷରେ ଦିଲ୍ଲୀରେ ବଡ଼ ହୋଟେଲ, ବଡ ଅଫିସ କମ୍ପ୍ଲେକ୍ସ, ଦିଲ୍ଲୀ ଏୟାରପୋର୍ଟ ରେ ଆଣ୍ଟି ସ୍ମୋଗ୍ ଗନ୍ ଏବଂ କ୍ଲାଉଡ୍ ସିଡିଂ ଲଗାଇବା ନେଇ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି।
Comments are closed.