Latest Odisha News

BREAKING NEWS

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ ।

ସେଥିପାଇଁ ଟୁଇନ୍ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟୁଇଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ । ଚଳିତ ବର୍ଷ ମୁମ୍ୱାଇରେ ଗଣେଶ ମହୋତ୍ସବ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ତେଣୁ ଟୁଇନ୍ ସିଟିରେ ଗଣେଶ ପୂଜା ବନ୍ଦ ନିଷ୍ପତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି କରିଛି କମିଶନରେଟ୍ ପୋଲିସ ।

Leave A Reply

Your email address will not be published.