Latest Odisha News

BREAKING NEWS

ବିବାଦୀୟ ଇଦଗା ପଡିଆରେ ହେବନି ଗଣେଶ ପୂଜା, ସ୍ଥିତାବସ୍ଥା ବଜାୟ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବାଙ୍ଗାଲୋରର ଇଦଗା ପଡିଆରେ ଗଣେଶ ପୂଜା ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବଭଳି ଏହି ବିବାଦୀୟ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୁହାଯାଇଛି । ପୂର୍ବରୁ କର୍ଣ୍ଣାଟକ ସରକାର ଓ ହାଇକୋର୍ଟ ଏଠାରେ ଗଣେଶ ପୂଜା ଆୟୋଜନ କରିବା ନେଇ ଅନୁମତି ପ୍ରଦାନ କରିଥିଲେ । କର୍ଣ୍ଣାଟକ ୱାକଫା ବୋର୍ଡ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଶୁଣାଣୀ ବେଳେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଥିବା ଇନ୍ଦିରା ବାନାର୍ଜୀ ଭଗବାନ ଗଣେଶ ଆମକୁ କ୍ଷମା କରନ୍ତୁ ବୋଲି କହିଥିଲେ ।

ଏଠାରେ ସର୍ବଧର୍ମକୁ ଗୁରୁତ୍ୱ ଦେଇ ପୂର୍ବଭଳି ସ୍ଥିତାବସ୍ଥା ବଜାୟ ରଖାଯିବ ବୋଲି ସେ କହିଥିଲେ । ୱାକଫା ବୋର୍ଡ ପକ୍ଷରୁ ଓକିଲ କପିଳ ସିବଲ କେସ ଲଢ଼ୁଥିଲେ । ଅନ୍ୟ ଧର୍ମର ଲୋକ ଏଠାରେ କିଛି କାର୍ଯ୍ୟକ୍ରମ କରୁ ନ ଥିବା ବେଳେ ଗଣେଶ ପୂଜା କିପରି ହେବ ବୋଲି ସେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.