Latest Odisha News

BREAKING NEWS

କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଆସନ ଜିତିବାର ଆଶା କମ୍: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳ କୌଣସି ବିଧାନସଭା ଆସନ ଜିତିପାରିବ ନାହିଁ ।

“କଂଗ୍ରେସ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି । ମାତ୍ର ପଶ୍ଚିମ ଓଡ଼ିଶାରେ ଆସନ ସଂଖ୍ୟା ସୀମିତ ରହିବ,” ବୋଲି ନିରଞ୍ଜନ କହିଛନ୍ତି ।

ନିର୍ବାଚନରେ ଦଳର ପ୍ରଦର୍ଶନ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଛନ୍ତି, “ସରକାର ଗଠନ କରିବା ନେଇ ଆମେ ସେତେଟା ଆଶାବାଦୀ ନୁହେଁ, ମାତ୍ର ଗୋଟିଏ କଥା ନିଶ୍ଚିତ ଯେ, ଆମ ଦଳ ୨୦୧୪ ନିର୍ବାଚନ ଠାରୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବ ।”

ଭଣ୍ଡାରୀପୋଖରୀ ଆସନରୁ ସେ ଜିତିବା ନେଇ ଦୃଢ ଆଶା ପୋଷଣ କରିଥିବା ବେଳେ ଘସିପୁରା ନିର୍ବାଚନ ମଣ୍ଡଳୀରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି ବୋଲି ଆଶା ପ୍ରକାଶ କରିଛନ୍ତି ନିରଞ୍ଜନ । ଏହି ନିର୍ବାଚନରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଭୁମିକାରେ ଅବତୀର୍ଣ୍ଣ ହେବାନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ସ୍ପଷ୍ଟ କହିହେବ ନାହିଁ । “ଯଦି ବିଜେପି ବିଜୁ ଜନତା ଦଳ ସହିତ ମେଣ୍ଟ କରେ ତେବେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବ ।”

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସରକାର ଗଠନ ସମ୍ପର୍କରେ ନିମନ୍ତ୍ରଣ କରିବା ନେଇ ଏକ ପ୍ରଶ୍ନରେ ନିରଞ୍ଜନ କହିଛନ୍ତି, “ମୁଁ ଭାବୁନାହିଁ ସେ ଏହାକୁ ଗ୍ରହଣ କରିବେ ବୋଲି । ବିଜେଡ଼ି ଦୀର୍ଘ ଦିନ ଧରି ସମ ଦୂରତା ବଜାୟ ରଖୁଥିବା ଯୋଗୁଁ ସମଭାବାପନ୍ନ ଦଳକୁ ସମର୍ଥନ କରିପାରେ ଦଳ,” ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Comments are closed.