ଭୁବନେଶ୍ୱର: ଆଜିଠୁ ରାଜ୍ୟ ବାହାରକୁ ଗଡିବନି ଘରୋଇ ବସ୍ । ଆସନ୍ତା ୩୧ ଯାଏଁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । କରୋନା ଭୂତାଣୁ ସହ ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ମହାମାରୀ କରୋନା ଭାଇରସର ଭୟାବହତାକୁ ଦେଖି ସତର୍କତା ମୂଳକ ସପ୍ତାହବ୍ୟାପୀ ଘରୋଇ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଚିବ ଦେବେନ୍ଦ୍ର ସାହୁ କହିଛନ୍ତି । ଏଥିସହ ମଖ୍ୟମନ୍ତ୍ରୀଙ୍କ ତାଲାବନ୍ଦ ନିଷ୍ପତିକୁ ମଧ୍ୟ ସମର୍ଥନ କରିଛିି ବସ୍ ମାଲିକ ସଂଘ ।
ଦିନକୁ ଦିନ କରୋନା ଭାଇରସ ଦେଶର ବିଭିନ୍ନ ରାଜ୍ୟକୁ ବହୁ ମାତ୍ରାରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ଓଡ଼ିଶାରୁ ବାହାର ରାଜ୍ୟକୁ ବସ୍ ଚଳାଚଳ ବାତିଲ କରାଯାଇଛି ।
BREAKING NEWS
- ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ
- ଟି୨୦ରେ ବିଶ୍ୱରେକର୍ଡ କଲେ ତିଳକ
- ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି
- ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି
- ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା
- କାଲି ଆସିବ ସୁଭଦ୍ରା ଟଙ୍କା, ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ
- ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରସାଦ ଦାଶ
- ୱାୟାନାଡ ଉପ-ନିର୍ବାଚନ: ବିଜୟ ଅଭିମୁଖେ ପ୍ରିୟଙ୍କା
- ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
- ପ୍ରଥମାଷ୍ଟମୀ ଏବଂ ଏଣ୍ଡୁରୀ ପିଠା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି
Comments are closed.