ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଏକାକୀ ଦଳ ପାଇଁ ଲଢ଼ିଥିଲେ । ସିରିଜର ଅନ୍ତିମ ମୁକାବିଲାରେ ସେ ପିଠି ଆଘାତ ସମସ୍ୟାରେ ପଡିଥିଲେ । କିଛି ଦିନ ବିଶ୍ରାମ ପରେ ସେ ପୂନର୍ବାର ପଡିଆକୁ ଫେରିବେ ବୋଲି ଆଶା କରାଯାଉଥିଲା । ତେବେ ତାଜା ରିପୋର୍ଟ ଅନୁସାରେ ବୁମରାହଙ୍କ ପିଠି ସମସ୍ୟା ଗୁରୁତର ରହିଛି । ସେ ଶେଯରୁ ଉଠି ପାରୁ ନାହିଁ । ତାଙ୍କୁ ସମ୍ପୂର୍ଣ୍ଣ ବେଡ ରେଷ୍ଟ ଦରକାର ବୋଲି ଡାକ୍ତର କହିଛନ୍ତି । ଆସନ୍ତା ସପ୍ତାହରେ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁର ପଠାଯିବ । ବର୍ତମାନ ପରିପ୍ରେକ୍ଷୀରେ ବୁମରାହଙ୍କ ଚାମ୍ପିୟନ୍ସ ଟ୍ରଫି ଖେଳିବା ସମ୍ଭାବନା ପ୍ରାୟତଃ କ୍ଷୀଣ ।
ସେ କେବେ ସମ୍ପୂର୍ଣ୍ଣ ଫିଟ ହେବେ ତାହା ମଧ୍ୟ ସ୍ପଷ୍ଟ କରାଯାଉନି । ଏପରିକି ସେ ଆଇପିଏଲରେ ଖେଳିବେ କି ନାହିଁ ତାହା ମଧ୍ୟ ଜଣା ପଡୁ ନାହିଁ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ପ୍ରତ୍ୟାବର୍ତନ କରିବେ ବୋଲି ଆଶା କରାଯାଉଛି । ଯଦି ପୂନର୍ବାର ଅସ୍ତ୍ରୋପଚାର କରାଯାଏ ତେବେ ଆହୁରି ଅଧିକ ଦିନ ତାଙ୍କୁ ବିଶ୍ରାମ ନେବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୧-୩ରେ ପରାଜିତ ହେବା ସହ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା ।