Latest Odisha News

BREAKING NEWS

ଏଠାରେ ବର୍ଗରଠାରୁ ବି କମ୍‌ ମୂଲ୍ୟରେ ବିକ୍ରି ହେଉଛି ଘର

ନୂଆଦିଲ୍ଲୀ: ଏଣିକି ବର୍ଗରଠାରୁ କମ୍‌ ମୂଲ୍ୟରେ ବି କିଣିପାରିବେ ଘର। ଅଧିକ ମୂଲ୍ୟ ଯୋଗୁ ଘର କିଣିପାରୁନଥିବା ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ନିଶ୍ଚିତ। ଏହି ଦେଶ ପ୍ରିୟ ଫାଷ୍ଟଫୁଡ୍ ଖାଦ୍ୟ ପିଜାଠାରୁ କମ୍‌ ମୂଲ୍ୟରେ ଘର ବିକ୍ରି ପାଇଁ ରିହାତି ପ୍ରଦାନ କରୁଛି। ରୋମର ୭୦ କିଲୋମିଟର ଦକ୍ଷିଣରେ ଥିବା ମେନଜା ସହର ଇଟାଲୀର € 1 ହାଉସ୍ ପ୍ରୋଜେକ୍ଟରେ ଯୋଗ ଦେଇଛି।

ମେନଜା ମେୟର କ୍ଲାଉଡିଓ ସ୍ପେର୍ଡୁଟି ସିଏନ୍ଏନ୍‌କୁ କହିଛନ୍ତି ଯେ ଏହା ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି।ମେୟର କହିଛନ୍ତି, ପୁରୁଣା ମାଲିକ ଏବଂ ସମ୍ଭାବ୍ୟ କ୍ରେତାଙ୍କ ମଧ୍ୟରେ ଯୋଗାଯୋଗ କରି ସମସ୍ତ ଅବ୍ୟବହୃତ ନଷ୍ଟ ହୋଇଯାଉଥିବା ସମ୍ପତ୍ତି ପୁନରୁଦ୍ଧାର କରିବା ହେଉଛି ଏହାର ଲକ୍ଷ୍ୟ। ଏଠାରେ ଲୋକଙକୁ ଘରଗୁଡ଼ିକୁ € ୧ ବା ପ୍ରାୟ ୮୭.୦୫ ଟଙ୍କାରେ ବିକ୍ରି କରାଯିବ।

ମେନେଜା ସହର ପ୍ରାୟ ୧୦୦ଟି ଅବହେଳିତ ସମ୍ପତ୍ତିର ପୁନ ଥଇଥାନ ପାଇଁ ଲକ୍ଷ୍ୟ ରଖିଛି। କାରଣ ଏହା ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।

ଯେଉଁମାନେ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ସେମାନେ ତିନି ବର୍ଷ ମଧ୍ୟରେ ଏହାର ନବୀକରଣ ପାଇଁ ପ୍ରତିଶ୍ରୁତି ଦେବା ଆବଶ୍ୟକ।

କ୍ରେତାଙ୍କୁ ବିଲଡିଂ କ’ଣ ପାଇଁ ବ୍ୟବହୃତ ହେବ ସେ ସମ୍ବନ୍ଧରେ ବିସ୍ତୃତ ନବୀକରଣ ଯୋଜନା ଦାଖଲ କରିବାକୁ ପଡିବ।

ବାଧ୍ୟତାମୂଳକ କାର୍ଯ୍ୟ ସମାପ୍ତ ହେବା ପରେ କ୍ରେତାଙ୍କୁ € ୫,୦୦୦ ବା ୪,୩୫,୨୫୮ ଟଙ୍କା ର ଜମା ରାଶି ଦେବାକୁ ପଡିବ।

Leave A Reply

Your email address will not be published.