ଭୁବନେଶ୍ୱର: ରାଜଧାନୀରେ ଅହସ୍ୟ ଗୁଳୁଗୁଳି ଓ ତାତି । ଖାଲି ରାଜଧାନୀ ନୁହେଁ ସାରା ଓଡ଼ିଶା ଆଜି ଛଟପଟ ହେଉଛି ଖରାତାତିରେ । ସକାଳ ୫ଟାରୁ ଆଜି ତାପମାତ୍ର ବୃଦ୍ଧି ଦେଖି ଖରା ଅସହ୍ୟ ହେବ ବୋଲି ଅନୁମାନ କରାଯାଉଥିଲା । ଅପରାହ୍ନ ସାଢେ ୨ଟା ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇ ରାଜଧାନୀ ୪୩.୮ ଡିଗ୍ରୀରେ ସିଝୁଛି । ଏହି ସମୟ ସୁଦ୍ଧା ରାଜ୍ୟରେ ସମ୍ବଲପର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ସାଢେ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୩ ଡିଗ୍ରୀ ରହିଥିବାବେଳେ, ହୀରାକୁଦର ୪୪.୪, ଝାରସୁଗୁଡାର ୪୨.୪, କେନ୍ଦୁଝରରେ ୪୦, ଚନ୍ଦବାଲିରେ ୩୯, ବାଲେଶ୍ୱରରେ ୩୭.୪, ପୁରୀରେ ୩୬.୪, ଗୋପାଳପୁରରେ ୩୪.୬ ଏବଂ ପାରାଦୀପରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଆଜିର ଆଦ୍ରତା ମଧ୍ୟ ଅଧିକ ଥିବା ଜଣାଯାଇଛି । ପାରାଦୀପରେ ଆଦ୍ରତା ୭୨% ଥିବାବେଳେ ଗୋପାଳପୁରରେ ୬୭%, ଚାନ୍ଦବାଲିରେ ୬୫%, ପୁରୀରେ ୬୪%, ବାଲେଶ୍ୱରରେ ୬୭% ଭୁବନେଶ୍ୱରରେ ୪୦%, କେନ୍ଦୁଝରରେ ୩୨%, ହୀରାକୁଦରେ ୨୫% ଏବଂ ଝାରସୁଗୁଡାରେ ୨୫% ଏବଂ ସମ୍ବଲପୁରରେ ୨୧% ରହିଛି ।
ତେବେ ଆସନ୍ତା ୫ ଦିନ ତାତି ଏମିତି ଲାଗି ରହିବ । ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରବର୍ତ୍ତନ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦିନର ସର୍ବୋଚ୍ଚ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୪-୬ ଡିଗ୍ରୀ ଅଧିକ ରହିବ ବୋଲି ମଧ୍ୟ ଚେତବାନୀ ଦେଇଛି ବିଭାଗ ।
Comments are closed.