ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ଏଥି ପାଇଁ ଗିରଫ ଅଭିଯୁକ୍ତ ଯିିଏ କି ଜଣେ ନାବାଳକ ସେ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇ ନ ଥିବା ଜଣାପଡିଛି । ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ସେ ନାର୍କୋ ଟେଷ୍ଟ ପାଇଁ ନା କହିଥିବା ଜଣାପଡିଛି। ନାର୍କୋ ଟେଷ୍ଟ ଲାଗି ଏସଆଇଟି ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ ଗିରଫ ନାବାଳକର ସହମତି ମିଳି ନ ଥିବାରୁ ଏହା କରାଯିବ ନାହିଁ ।
ଏହାପରେ ନାବାଳକକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହରୁ ପଠାଇ ଦିଆଯାଇଛି । ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା ।
ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଅଭିଯୁକ୍ତକୁ ଗିରଫ କରିବା ପରେ ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଇଥିଲା । କିନ୍ତୁ ସେଠାରେ ତାକୁ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed.