Latest Odisha News

BREAKING NEWS

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସେପଟେ କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କିଛି ଏହିଭଳି ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା ।

Leave A Reply

Your email address will not be published.