Latest Odisha News

BREAKING NEWS

ଚଳିତ ବର୍ଷ ସ୍ନାନଯାତ୍ରାର ସିଧାପ୍ରସାରଣ କରିପାରିବେନି ଘରୋଇ ଟିଭି ଚ୍ୟାନେଲ୍‌, ଜାଣନ୍ତୁ କାହିଁକି

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣର ବିସ୍ତାର ତଥା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ।

ପ୍ରାପ୍ତ ସୂଚନାନୁଯାୟୀ, ଏଥର ସ୍ନାନଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ରାଜ୍ୟ ସୂଚନା ଏବଂ ଜନସମ୍ପର୍କ ବିଭାଗକୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ସ୍ନାନ ଯାତ୍ରାର ସିଧାପ୍ରସାରଣ ଓ ୱେବକାଷ୍ଟ ଜୁନ୍ ୫ରେ ଅନୁଷ୍ଠିତ ହେବ।ଆହୁରି ମଧ୍ୟ ଏସମ୍ପର୍କରେ ମନ୍ଦିର କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛି।

ତେବେ, ଲାଇଭ ଟେଲିକାଷ୍ଟକୁ ପରବର୍ତ୍ତୀ ସମୟରେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ସହିତ ସେୟାର କରାଯାଇପାରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.