Latest Odisha News

BREAKING NEWS

ହଟିଲା ଶନିବାର, ରବିବାର ସଟ୍‌ଡାଉନ୍‌, ଉଠିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଆସିଲା ଅନଲକ ୪.୦ରେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ପାଇଁ ନୂଆ ଗାଇଡଲାଇନ । ଶନିବାର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଦେବା ପରେ ରାଜ୍ୟ ଦେଇଛି ନୂଆ ଗାଇଡଲାଇନ ।

ତେବେ ନୂଆ ଗାଇଡଲାଇନରେ ହଟିଲା ନାଇଟ କର୍ଫ୍ୟୁ । ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ ଓଡିଶା ସରକାର ଏହାକୁ ବଳବତ୍ତର ରଖିଥିଲେ । ମାତ୍ର ସେପ୍ଟେମ୍ବର ପାଇଁ ହଟିଛି କର୍ଫ୍ୟୁ । ସେପଟେ ଶନିବାର ଓ ରବିବାର ସଟଡାଉନ ବି ହଟିଲା । ୪ ଜିଲ୍ଲାରେ ଥିବା ସପ୍ତାହାନ୍ତ ସଟଡାଉନ ହଟିଛି । ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.