ଯାଜପୁର: ଖାଲି ଆଶ୍ଚର୍ଯ୍ୟ ନୁହେଁ, ଅଲୌକିକ ମଧ୍ୟ । ଯାଜପୁର ପୋୖରପାଳିକାର ରାଉତରାପୁର ଅଞ୍ଚଳର ଏହି ବେଲଗଛକୁ ଦେଖିଲେ କେହି ବି ନିଜ ଆଖିକୁ ବିଶ୍ୱାସ କରିପାରିବ ନାହିଁ । ନିଜ ସର୍ଜନାକୁ ଦେଖି ପ୍ରକୃତି ବି ଏଠି ଆଶ୍ଚର୍ଯ୍ୟ ହୋଇ ଯାଉଥିବ । ଯେଉଁଠି ବେଲ ଗଛରେ କଣ୍ଟା ଭର୍ତ୍ତି ହୋଇଥାଏ ସେଠି ଏ ବେଲ ଗଛରେ ଗୋଟିଏ ବି କଣ୍ଟା ନାହିଁ ।
ଏହି ଅଦ୍ଭୁତ ଗଛଟି ରହିଛି ସଞ୍ଜୟ ସ୍ଵାଇଁଙ୍କ ଘର ଆଗରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗଛଟିର ବୟସ ପ୍ରାୟ ୧୦୦ରୁ ଅଧିକ ହେବ । ସେମିତି ରହିଛି । ଏମିତି ନିଆରା ବେଲ ଗଛକୁ ଦେଖି ଲୋକେ ଏହାକୁ ପୂଜା କରିବାକୁ ଲାଗିଲେ । ଏବେ ଏହି ଗଛ ମୂଳରେ ପୂଜା ପାଇଥାନ୍ତି ମା ବୁଢୀ ବାସୁଳେଇ ।
ସଞ୍ଜୟଙ୍କ ନିଜ ଘର ଦଶରଥପୁର ବ୍ଲକ ରାହାସୋଇ ଗ୍ରାମରେ । ହେଲେ ୨୦୦୦ ମସିହାରୁ ସେ ଏଠାରେ ଜାଗା କିଣି ଘର କରି ରହି ଆସୁଛନ୍ତି । ସଞ୍ଜୟଙ୍କ କହିବା କଥା ଏ ବେଲ ଗଛରେ କିଛି ଐଶ୍ୱରୀୟ ଶକ୍ତି ରହିଛି । ପୂର୍ବରୁ ଅନେକ ଖରାପ ପରିସ୍ଥିତିରୁ ଏହି ଗଛ ମୁକୁଳେଇ ଦେଇଛି। ସେଥିପାଇଁ ଆମେ ଏହି ଗଛକୁ ପୂଜା କରିଆସୁଛୁ।
ଗଛରେ ବେଲ ବି ଫଳିଛି ଆଉ ତ୍ରିଶାଖା ବେଲ ପତ୍ର ବି ରହିଛି । ହେଲେ ବେଲ ଗଛରେ ଗୋଟିଏ ବି କଣ୍ଟା ନାହିଁ। ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। କୌଣସି ଦୈବୀ ଶକ୍ତି ଯୋଗୁ ଏପରି ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ପ୍ରତିଦିନ ଏହି।କଣ୍ଟା ବିହୀନ ବେଲ ଗଛ ଦେଖିବାକୁ ଆଖ ପାଖ ଲୋକଙ୍କ ଭିଡ଼ ହେଉଛି।
ତେବେ ଉଦ୍ୟାନ ବିଭାଗ ବିଶେଷଜ୍ଞ ମାନଙ୍କ କହିବା କଥା ହେଲା ଏହା କୌଣସି ଏକ ସ୍ଵତନ୍ତ୍ର ପ୍ରକାର ଗଛ ନୁହେଁ ବରଂ ଚାରାର ମ୍ୟୁଟେସନ ପାଇଁ ଏଭଳି ହୋଇଥାଏ ବୋଲି ମତ ଦେଇଛନ୍ତି ।
Comments are closed.