Latest Odisha News

BREAKING NEWS

ଓଡ଼ିଶାରେ ‘ଭାରତ ବନ୍ଦ’କୁ ମିଳୁନି ସମର୍ଥନ; ସ୍ୱାଭାବିକ ଚଳାଚଳ କରିବ ଯାନବାହନ !

ଭୁବନେଶ୍ୱର: ସିଏଏ ଓ ଏନଆରସିକୁ ବିରୋଧ କରି ଲଗାତର ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବହୁ ଜନ କ୍ରାନ୍ତି ମୋର୍ଚ୍ଚା ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ।

ଏକ ପୋଷ୍ଟର ମାଧ୍ୟମରେ ଏହି ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଥିଲେ ମଧ୍ୟ ଓଡ଼ିଶାରେ କୌଣସି ରାଜନୈତିକ ଦଳମାନଙ୍କ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇନାହିଁ । ଏପରିକି କୌଣସି ସଂଗଠନ କିମ୍ବା ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ତେଣୁ ଓଡ଼ିଶାରେ ଏହି ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି । ସ୍ୱାଭାବିକ ଭାବେ ଗାଡ଼ି ଚଳାଚଳ କରିବା ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ନାହିଁ ବୋଲି ଯଥେଷ୍ଟ ସମ୍ଭାବନା ରହିଛି ।

ବୁଧବାର ଦିନ ଭାରତ ବନ୍ଦ ଡାକରା ଦେଇଥିବା ଏହି ସଂଗଠନ ପକ୍ଷରୁ ଡିସେମ୍ବର ୨୦ରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିପରି ଜାନୁଆରୀ ୯ ତାରିଖରେ ସାରା ଦେଶର ୫୫୦ଟି ଜିଲ୍ଲାରେ ସଂଗଠନ ପକ୍ଷରୁ ର‌୍ୟାଲି କରାଯାଇଥିଲା । ଏହି ଆନ୍ଦୋଳନରେ ୯ଟି ପ୍ରମୁଖ ଦାବି ରହିଥିବା ବେଳେ ମୁଖ୍ୟତଃ ଏନଆରସି, ସିଏଏ, ଭିଭିପାଟ ଏବଂ ଇଭିଏମ ପ୍ରସଙ୍ଗ ରହିଛି ।

Leave A Reply

Your email address will not be published.