Latest Odisha News

ଦେଶରେ ହିନ୍ଦୁ ଧର୍ମ ପ୍ରତି କୌଣସି ବିପଦ ନାହିଁ; କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ହିନ୍ଦୁ ଧର୍ମ ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅମିତ ଶାହାଙ୍କ ଅଧୀନରେ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଏହି ଦାବିପତ୍ର ଆସିଛି।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ହିନ୍ଦୁ ଧର୍ମ ପ୍ରତି ତଥାକଥିତ ବିପଦର କୌଣସି ରେକର୍ଡ କିମ୍ବା ପ୍ରମାଣ ନାହିଁ।

ଅଗଷ୍ଟ ୩୧ରେ ନାଗପୁର ସ୍ଥିତ କାର୍ଯ୍ୟକର୍ତ୍ତା ମୋହନିଶ ଜବଲପୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଆରଟିଆଇ ଆବେଦନ ଉପରେ ମନ୍ତ୍ରଣାଳୟ ଜବାବ ରଖିଛି।

Comments are closed.