ନୂଆଦିଲ୍ଲୀ: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତ ମାସ ଶେଷ ଭାଗରେ ଗୌହାଟି ଏବଂ କୋଲକାତା ମଧ୍ୟରେ ଚାଲିବ। ଏହି ଟ୍ରେନ୍ ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ।
ଯାତ୍ରୀମାନେ ରାଜଧାନୀ ଏକ୍ସପ୍ରେସ୍ ଅପେକ୍ଷା ଅଧିକ ଭଲ ଅଭିଜ୍ଞତା ମିଳିବ ବୋଲି ରେଳବାଇ ଦାବି କରିଛି।ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ବରିଷ୍ଠ ରେଳ ଅଧିକାରୀଙ୍କ ପାଇଁ କୌଣସି ଭିଆଇପି କୋଟା, ଜରୁରୀକାଳୀନ କୋଟା କିମ୍ବା ପାସ୍ ସଂରକ୍ଷଣ ରହିବ ନାହିଁ। କେବଳ ନିଶ୍ଚିତ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ଚଢ଼ିବାକୁ ଅନୁମତି ଦିଆଯିବ। ଏଥିସହିତ ୱେଟିଂ ଲିଷ୍ଟର ସମସ୍ୟା ମଧ୍ୟ ଦୂର ହେବ।
ଟ୍ରେନ୍ରେ ରିଜର୍ଭେସନ୍ ଏଗେନ୍ଷ୍ଟ କ୍ୟାନସେଲେସନ୍ (RAC) ସୁବିଧା ମଧ୍ୟ ରହିବ ନାହିଁ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଯାତ୍ରୀଙ୍କୁ ରେଳବାଇ ଦ୍ୱାରା ପୂର୍ଣ୍ଣ ବର୍ଥ ଯୋଗାଇ ଦିଆଯିବ। ପାର୍ଶ୍ୱ ତଳ ବର୍ଥ ସେୟାର କରିବା କିମ୍ବା ପରବର୍ତ୍ତୀ ଅପଗ୍ରେଡ୍ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ଯାତ୍ରୀମାନେ ସମ୍ପୂର୍ଣ୍ଣ ଅପଗ୍ରେଡ୍ ବେଡରୋଲ୍ ପାଇବେ। ଏଥିରେ କମ୍ବଳ କଭର, ଚାଦର ଏବଂ ତକିଆ ଅନ୍ତର୍ଭୁକ୍ତ ହେବ।
ଟ୍ରେନ୍ରେ ସ୍ଥାନୀୟ ଖାଦ୍ୟ ପରିବେଷଣ କରାଯିବ। ଯାହା ଯାତ୍ରୀମାନଙ୍କୁ ଆଞ୍ଚଳିକ ସ୍ୱାଦର ମଜା ଦେବ। ସମସ୍ତ କର୍ମଚାରୀ ୟୁନିଫର୍ମ ପିନ୍ଧିବେ। ଟ୍ରେନରେ ମୋଟ ୧୬ଟି କୋଚ୍ ରହିବ ଏବଂ ଏକ ସମୟରେ ୮୨୩ ଜଣ ଯାତ୍ରୀ ବସିପାରିବେ। ୬୧୧ ଜଣ ଯାତ୍ରୀ AC 3-ଟାୟାରରେ, ୧୮୮ ଜଣ AC 2-ଟାୟାରରେ ଏବଂ ୨୪ ଜଣ AC ପ୍ରଥମ ଶ୍ରେଣୀରେ ଯାତ୍ରା କରିବେ।