ନୂଆଦିଲ୍ଲୀ: ଅର୍ଥଶାସ୍ତ୍ର ପାଇଁ ନୋବେଲ ପ୍ରାଇଜ ପାଇଛନ୍ତି ଆମେରିକାର କ୍ଲାଉଡ଼ିଆ ଗୋଲ୍ଡିନ । ରୟାଲ ସ୍ୱିଡିଶ ଏକାଡେମି ଅଫ ସାଇନ୍ସ ପକ୍ଷରୁ ତାଙ୍କର ନାଁ ଘୋଷଣା କରାଯାଇଛି । କ୍ଲାଉଡିଆ ଗୋଲ୍ଡିନଙ୍କୁ ଅଲଫ୍ରେଡ ନେବେଲଙ୍କ ସ୍ମୃତିରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ମହିଳା ଶ୍ରମ ବଜାରର ଫଳାଫଳ ବିଷୟରେ ଆମର ଜ୍ଞାନକୁ ବିକାଶିତ କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ବିଜେତା ହେବାର ଗୌରବ ୯୨ ଜଣଙ୍କୁ ମିଳିଛି । ଏମାନଙ୍କ ମଧ୍ୟରୁ ୨୫ ଜଣ ନିଜର କୃତୀ ପାଇଁ ସୋଲୋ ବା ଏକୁଟିଆ ନୋବେଲ ପ୍ରାଇଜ ପାଇଛନ୍ତି । କ୍ଲାଉଡିଆଙ୍କ ପୂର୍ବରୁ ୨ଜଣ ମହିଳା ଏହି ସମ୍ମାନ ଜନକ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି । ୨୦୦୯ରେ ଏଲିନୋର ଓଷ୍ଟ୍ରୋମ ଏବଂ ୨୦୧୯ରେ ଇଷ୍ଟର ଡୁଫ୍ଲୋ ଏହି ପୁରସ୍କାର ପାଇଥିଲେ । ଏ କ୍ଷେତ୍ରରେ କ୍ଲାଉଡିଆ ହେବେ ତୃତୀୟ ମହିଳା ।
ସୂଚନାଥାଉ କି, ପ୍ରତିବର୍ଷ ନୋବେଲ ପ୍ରାଇଜ ଘୋଷଣା ଚିକିତ୍ସା ବିଜ୍ଞାନ ବା ମେଡିସିନରୁ ଆରମ୍ଭ ହୋଇଥାଏ । ପ୍ରତିଦିନ ଗୋଟିଏ ଗୋଟିଏ କ୍ଷେତ୍ରରେ କିଏ ପୁରସ୍କାର ପାଇବେ ତାହାର ତାଲିକା ଘୋଷଣା କରାଯାଇଥାଏ । ଶେଷରେ ପ୍ରକାଶ ପାଇଥାଏ ଅର୍ଥନୀତି । ଆଜ ଏହି ଘୋଷଣା ପରେ ଚଳିତ ବର୍ଷର ନୋବେଲ ପୁରସ୍କାର ତାଲିକା ଘୋଷଣା ଶେଷ ହୋଇଛି ।
Comments are closed.