ନୂଆଦିଲ୍ଲୀ:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରସାରିତ ଖବର ଉପରେ ସ୍ପଷ୍ଟୀକରଣ ରଖିଲେ ତାଙ୍କ ଝିଅ ନନ୍ଦନା ଦେବ ସେନ । କିଛି ସମୟ ପୂର୍ବରୁ ସେ ଟୁଇଟ କରି କହିଛନ୍ତି, ତାଙ୍କ ବାପା ବଞ୍ଚିଛନ୍ତି ଏବଂ ସୁସ୍ଥ ଅଛନ୍ତି ।
ସୂଚନାଥାଉ କି, ୨୦୨୩ରେ ଅର୍ଥଶାସ୍ତ୍ର ପାଇଁ ନେବେଲ ପୁରସ୍କାର ପାଇଥିବା ଆମେରିକୀୟ ଅର୍ଥଶାସ୍ତ୍ରବିଦ କ୍ଲାଉଡିଆ ଗୋଲ୍ଡିନ ମଙ୍ଗଳବାର ଟୁଇଟ କରି ଲେଖିଥିଲେ, ‘କିଛି ସମୟ ପୂର୍ବରୁ ମୋର ପ୍ରଫେସର ଅମର୍ତ୍ତ୍ୟ ସେନଙ୍କ ମୃତ୍ୟୁ ହୋଇଯାଇଛି ।’
ଏହି ଟୁଇଟକୁ ଭିତ୍ତି କରି ନିଉଜ ଏଜେନ୍ସି ପିଟିଆଇ ମଧ୍ୟ ଖବର ପ୍ରକାଶ କରିଥିଲା ଯେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଆଉ ନାହାନ୍ତି । ହେଲେ ଏହାର କିଛି ସମୟ ପରେ ତାଙ୍କର ଝିଅ ନନ୍ଦନା ଏହି ଖବରକୁ ଖଣ୍ଡନ କରିଥିବା ପିଟିଆଇ କହିଛି । ତାଙ୍କର ବାପା ବଞ୍ଚିଛନ୍ତି ଏବଂ ଭଲ ଥିବା ଝିଅ ନନ୍ଦନା କହିଥିବା ପିଟିଆଇ ଟୁଇଟ କରି କହିଛି ।
୧୯୩୩ରେ ପଶ୍ଚିମ ବଙ୍ଗର ଶାନ୍ତିନିକେତନରେ ଜନ୍ମ ଗ୍ରହଣ କରିଥିଲେ ଅମର୍ତ୍ତ୍ୟସେନ । ପରେ ସେ ବିଶ୍ୱର ଜଣେ ଜଣାଶୁଣା ଅର୍ଥଶାସ୍ତ୍ରବିଦ ପାଲଟି ଯାଇଥିଲେ । ସେ ପ୍ରଥମ ଭାରତୀୟ ଯିଏ କି ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ପାଇଥିଲେ । ଅମର୍ତ୍ତ୍ୟ ସେନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛୁ ।
A terrible news. My dearest Professor Amartya Sen has died minutes ago. No words. pic.twitter.com/giIdK0t2XA
— Claudia Goldin (@profCGoldin) October 10, 2023
Comments are closed.