Latest Odisha News

BREAKING NEWS

ମେଡିସିନରେ ନୋବେଲ: କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କ ନାଁ ଘୋଷଣା

ସ୍ବିଡେନ୍ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆଜି ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ  । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ  ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ  । ଯାହା ସଫଳ ହୋଇଥିଲା  । ଯେଉଁଥିଲାଗି ଉଭୟଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ହଙ୍ଗେରିର ସୋହନକରେ ୧୯୫୫ ମସିହାରେ କାଟାଲିନ୍ କାରିକୋଙ୍କ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ହଙ୍ଗେରୀର ସେଗେଦ ବିଶ୍ବ ବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି  ।

ସେହିପରି  ଡ୍ରିୱ ୱାଇଜମ୍ୟାନ ଭାକ୍ସିନ୍ ରିସର୍ଚ୍ଚରେ ପେନ୍ ଇନଷ୍ଟିଚ୍ୟୁଟ୍ ଫର ଆଇଏନଏ ଇନୋଭେସନ୍ସର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି  । ଆସନ୍ତାକାଲି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହେବାକୁ ଥିବାବେଳେ ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା ହେବ । ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ ।

Comments are closed.