Latest Odisha News

BREAKING NEWS

ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେଙ୍କୁ ସାହିତ୍ୟ ପାଇଁ ମିଳିଲା ନୋବେଲ ପୁରସ୍କାର

ଷ୍ଟକହୋମ୍ :ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଥିବା ଲେଖକଙ୍କ ନାଁ ଘୋଷଣା କରାଯାଇଛି । ୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଛନ୍ତି ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେ । ଏ ନେଇ ଷ୍ଟକହୋମଠାରେ ଗୁରୁବାର ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବ​ଳ ଓ ଅବହେଳିତ ବର୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି । ହାବ୍ୟତୀତ ତାଙ୍କ ନାଟକରେ ଯଥେଷ୍ଟ ଇନୋଭେଶନ ରହିଛି । ଏହା ଖୁବ ପସନ୍ଦ ଯୋଗ୍ୟ ।ଏହି କାରଣରୁ ତାଙ୍କୁ ଚଳିତବର୍ଷ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଫେସେ କହିଛନ୍ତି, ଏହି ପୁରସ୍କାରକୁ ନେଇ ସେ ଖୁବ ଖୁସି ଏବଂ କିଛି ମାତ୍ରାରେ ଭୟଭୀତ ମଧ୍ୟ ।

ଫେସେ ନୋବେଲ ପ୍ରାଇଜ ବିଜେତାଙ୍କର ସୂଚୀରେ ସାମିଲ ହୋଇଗଲେ ଯେଉଁଥିରେ ଟୋନି ମାରସିନଙ୍କଠାରୁ ଆରମ୍ଭ କରି ଅର୍ନେଷ୍ଟ ହେମିଙ୍ଗ୍ୱେ ଏବଂ ଜାଁ ପର୍ଲ ସାର୍ତ୍ତ ସାମିଲ ଅଛନ୍ତି । ୧୯୬୪ରେ ଜାଁ ପଲ ସାର୍ତ୍ତ ଏହି ପୁରସ୍କାର ଫେରାଇ ଦେଇଥିଲେ । ଗତବର୍ଷ ଏହି ପୁରସ୍କାର ଫ୍ରାନ୍ସ ଲେଖିକା ଏନି ଏର୍ନାକ୍ସଙ୍କୁ ସାହିତ୍ୟ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments are closed.