Latest Odisha News

ରତନଙ୍କ ଉତ୍ତରାଧିକାରୀ ହେଲେ ସାବତ ଭାଇ ନୋଏଲ ଟାଟା

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନୋଏଲ ଟାଟା । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟା ଅଧ୍ୟକ୍ଷ ଭବେ ନିଯୁକ୍ତ ହୋଇଛନ୍ତି । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ ହୋଇଥିବା ନେଇ ସୂଚନା ମିଳିଛି ।

ଗତ ୯ତାରିଖ ବିଳମ୍ବିତ ରାତ୍ରୀରେ ଭାରତୀୟ ଶିଳ୍ପ ସାମ୍ରାଜ୍ୟର ବେତାଜ ବାଦଶାହ ରତନ ଟାଟା ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗ ପରେ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି । ରତନଙ୍କ ପରେ କିଏ ହେବେ ତାଙ୍କ ଉତ୍ତରାଧିକାରୀ? ଏନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ସର୍ବପ୍ରଥମେ ନାମ ଆସିଥିଲା ନୋଏଲ ଟାଟାଙ୍କ ନାମ । ନୋଏଲ ଟାଟା ହେଉଛନ୍ତି ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ । ଟାଟାର ବିଭିନ୍ନ କମ୍ପାନୀର ବୋର୍ଡ ମେମ୍ବର ଅଛନ୍ତି ନୋଏଲ ।

ନୋଏଲ ଟାଟା ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟାଜ ଲିମିଟେଡ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡର ଅଧକ୍ଷ୍ୟ ଏବଂ ଟାଇଟନ୍ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଅଛନ୍ତି। ଏହାପୂର୍ବରୁ ସେ ୧୧ ବର୍ଷ ଧରି ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ ମସିହାରେ ତାଙ୍କୁ ଟ୍ରେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା ।

Leave A Reply

Your email address will not be published.