Latest Odisha News

BREAKING NEWS

୩୩ ତମ ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍’ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୩ ତମ ଏକଲବ୍ୟ ପୁରସ୍କାର ୨୦୨୫’ ନିମନ୍ତେ ନମାଙ୍କନ ପତ୍ର ଆହ୍ଵାନ କରାଯାଇଛି।

‘ଏକଲବ୍ୟ ପୁରସ୍କାର’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ରାଶି ପରିମାଣ ଟ.୭,୦୦,୦୦୦/- (ସାତ ଲକ୍ଷ ଟଙ୍କା) ରହିଛି । ମୁଖ୍ୟ ପୁରସ୍କାର ଛଡ଼ା ଦୁଇଗୋଟି ଉପବିଜେତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି ପରିମାଣ ଟ.୧,୫୦,୦୦୦/- (ଏକ ଲକ୍ଷ ପଚାଶ ହଜାର ଟଙ୍କା) ଲେଖାଏଁ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ବୋର୍ଡ/ସଂଘ, ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ । ପ୍ରାର୍ଥୀ ମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

ପ୍ରାର୍ଥୀମାନେ ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ (୧ ଏପ୍ରିଲ ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୫୬ ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ଵର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ। ପ୍ରାର୍ଥୀପତ୍ର ଗୁଡ଼ିକ ନିଶ୍ଚିତ ଭାବେ ୩୧ ମେ’ ୨୦୨୫ ତାରିଖ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫା ବିଲ୍‌, ଭୁବନେଶ୍ଵର – ୭୫୧୦୧୦ ଠିକଣାରେ ପହଂଚିବା ଆବଶ୍ୟକ । ଏହାବ୍ୟତୀତ ପ୍ରାର୍ଥୀପତ୍ରଗୁଡ଼ିକ ekalabya@imfa.in କୁ ଇ-ମେଲ୍ କରି ହେବ ଏବଂ ସହାୟକ ପ୍ରମାଣପତ୍ରଗୁଡ଼ିକୁ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ପଠାଇବାକୁ ହେବ ।

Comments are closed.