Latest Odisha News

BREAKING NEWS

ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ, ସ୍ୱାଭାବିକ ହେବ ବର୍ଷା, ପାଣିପାଗ  ବିଭାଗର ଅନୁମାନ 

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଏଥର ମୌସୁମୀରେ ଭଲ ବର୍ଷା ହେବ । ଏନେଇ ପୂର୍ବାନୁମାନ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଚଳିତ ବର୍ଷ ସ୍ୱାଭାବିକ ଶ୍ରେଣୀର ବର୍ଷା ୯୮ ପ୍ରତିଶତ ହେବ । ସ୍ୱାଭାବିକ ଠାରୁ ଅଧିକ ହେଲେ ଏହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଚାଷକୁ ସୁହାଇବ ପାଣିପାଗ, ଦେଶର ଅର୍ଥନୀତିକୁ ମଧ୍ୟ ଫାଇଦା ହେବ ।
ଜୁନ-ସେପ୍ଟେମ୍ବରରେ ସାଧାରଣ ଓ ସୁସ୍ଥ ମୌସୁମୀ ଅନୁଭୂତ ହୋଇପାରେ ବୋଲି ପୂର୍ବରୁ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ କରିଥିଲା । ଜୁନ-ସେପ୍ଟେମ୍ବର ୪ମାସର ଦୀର୍ଘାବଧି ହାରାହାରି (ଏଲପିଏ)ରେ ୧୦୩ ପ୍ରତିଶତ ବର୍ଷାନୁମାନ କରିଛି ପାଣିପାଗ ବିଭାଗ ।
Leave A Reply

Your email address will not be published.