Latest Odisha News

BREAKING NEWS

ଉତ୍ତରାଧିକାରୀ ବାଛିଲେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍!

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅ ଜୁ-ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସେବା (NIS) ଗୁରୁବାର ଦେଶର ଆଇନ ପ୍ରଣୟନକାରୀଙ୍କ ସମ୍ମୁଖରେ ଏହି ଦାବି କରିଛି।

ଜାତୀୟ ଗୁଇନ୍ଦା ସେବା (NIS) କହିଛି ଯେ ଉତ୍ତର କୋରିଆର ସରକାରୀ କାର୍ଯ୍ୟକ୍ରମରେ ଜୁ-ଏଙ୍କ ଯୋଗଦାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁ-ଏ ଏହି ମାସ ଶେଷରେ ଉତ୍ତର କୋରିଆର ପାର୍ଟି କଂଗ୍ରେସରେ ଯୋଗଦେବେ କି ନାହିଁ ତାହା ଉପରେ ନଜର ରଖିବେ। ଏହି ପ୍ରମୁଖ ରାଜନୈତିକ କାର୍ଯ୍ୟକ୍ରମ ପ୍ରତି ପାଞ୍ଚ ବର୍ଷରେ ଥରେ ଅନୁଷ୍ଠିତ ହୁଏ। କିଶୋରୀ ଜୁ-ଏ କ୍ଷମତା ଗ୍ରହଣ କରିବା ପାଇଁ ତାଙ୍କ ପରିବାରର ଚତୁର୍ଥ ପିଢ଼ି ହେବାକୁ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି।

ଜୁ-ଏଙ୍କୁ ୧୩ ବର୍ଷ ବୟସ ହେଉଥିବା ନେଇ କୁହାଯାଉଛି। ନଭେମ୍ବର ୨୦୨୨ରେ ଏକ କ୍ଷେପଣାସ୍ତ୍ର ପରୀକ୍ଷାରେ ତାଙ୍କୁ ପ୍ରଥମେ ତାଙ୍କ ପିତାଙ୍କ ସହ ସର୍ବ ସାଧାରଣରେ ଦେଖାଯାଇଥିଲା। ସେବେଠାରୁ ତାଙ୍କୁ ତାଙ୍କ ପିତାଙ୍କ ସହିତ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଏବଂ ସାମରିକ ପରେଡରେ ମଧ୍ୟ ଦେଖାଯାଇଛି।

ଜୁ-ଏ ଗତ ସେପ୍ଟେମ୍ବରରେ ତାଙ୍କ ପିତାଙ୍କ ସହିତ ବେଜିଂ ଯାଇଥିଲେ। ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା ଥିଲା। ଏହି ସମୟ ମଧ୍ୟରେ କିମ୍ ତାଙ୍କୁ ଶକ୍ତିଶାଳୀ ବିଶ୍ୱ ନେତାଙ୍କ ସହ ପରିଚିତ କରାଇଥିଲେ। ଏହା ତାଙ୍କୁ ପରବର୍ତ୍ତୀ ଶାସକ କରିବ ବୋଲି କଳ୍ପନାଜଳ୍ପନାକୁ ତ୍ୱରାନ୍ୱିତ କରିଛି। କିମଙ୍କ ପୂର୍ବରୁ ତାଙ୍କ ଜେଜେବାପା ଏବଂ ବାପା ଉତ୍ତର କୋରିଆରେ ଶାସନ କରୁଥିଲେ।

 

Comments are closed.