Latest Odisha News

BREAKING NEWS

ଏସିଆନ ଗେମ୍ସ: ଦକ୍ଷିଣ କୋରିଆ ଶୁଟର୍ସଙ୍କ ସହ ଫଟୋ ଉଠାଇବାକୁ ମନା କଲେ ଉତରକୋରିଆ ଖେଳାଳି

ହାଙ୍ଗଝୋଉ: ଦେଶ ଦେଶ ମଧ୍ୟରେ କୂଟନୈତିକ ବିବାଦ ଧିରେ ଧିରେ କ୍ରୀଡାଜଗତକୁ ପ୍ରଭାବିତ କରିବାରେ ଲାଗିଛି । ଚଳିତ ଏସିଆନ ଗେମ୍ସରେ ଅରୁଣାଚଳର ଖେଳାଳିଙ୍କୁ ନେଇ ବିବାଦ ଉପୁଜିବା ପରେ ଏବେ ଉତରକୋରିଆ ଓ ଦକ୍ଷିଣ କୋରିଆ ଆଥଲେଟ ମୁହାଁମୁହିଁ ହୋଇଛନ୍ତି । ଶୁଟିଂରେ ଦକ୍ଷିଣ କୋରିଆ ଟିମ ସ୍ୱର୍ଣ୍ଣ, ଉତରକୋରିଆ ରୌପ୍ୟ ଓ ଇଣ୍ଡୋନେସିଆ ବ୍ରୋଞ୍ଜଞ୍ଚ ପଦକ ହାସଲ କରିଥିଲେ । ସମସ୍ତ ପଦକ ବିଜେତାଙ୍କ ଏକତ୍ର ଫଟୋ ସେଶନ ବେଳେ ଉତରକୋରିଆ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦେଶ ସହ ଏଥିରୁ ଦୂରେଇ ରହିଥିଲା । ଏପରିକି ଦକ୍ଷିଣ କୋରିଆ ରାଷ୍ଟ୍ରୀୟ ସଙ୍ଗୀତ ବାଜିବା ବେଳେ ସେମାନେ ମୁହଁ ବୁଲେଇ ଛିଡା ହୋଇଥିଲେ ।

ପରେ ଦକ୍ଷିଣ କୋରିଆର ଜଣେ ଶୁଟର୍ସ ଉତର କୋରିଆ ଖେଳାଳିଙ୍କ ପିଠିରେ ହାତ ମାରିଥିଲେ ମଧ୍ୟ ସେମାନେ ଗୁରୁତ୍ୱ ଦେଇ ନ ଥିଲେ । କିମ ଜୋଙ୍ଗଙ୍କ ଭୟ ଯୋଗୁ ସେମାନେ ଏ ଭଳି ବ୍ୟବହାର ଦେଖାଇଥିବା ଅନୁମାନ କରାଯାଉଛି । ୨୦୧୮ ପରେ ପ୍ରଥମ ଥର ପାଇଁ ଉତରକୋରିଆ ବଡ ପ୍ରତିଯୋଗିତାରେ ଭାଗ ନେଇଛି । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଟିମ ପଠାଇ ନ ଥିବାରୁ ଅଲିମ୍ପିକ କମିଟି ଏହି ଦେଶକୁ ନିଲମ୍ବିତ କରିଥିଲା ।

Leave A Reply

Your email address will not be published.