ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହୋଇଛି । ଏନେଇ ଆଜି ଉଚଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି ।
ଏହି ବିଶ୍ୱବିଦ୍ୟାଳୟ ୧୩ ଜୁଲାଇ ୧୯୯୮ରେ ସ୍ଥାପନ କରାଯାଇଥିଲା । ଆଜିଠାରୁ ଏହା ମୟୂରଭଞ୍ଜର ତତ୍କାଳୀନ ମହାରାଜା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେବ ।
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟକାରିଣୀରେ ମହାରାଜାଙ୍କ ଅବଦାନକୁ ମନେପକାଇ ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ବାରିପଦାରେ ଥିବା ଶ୍ରୀରାମଚନ୍ଦ୍ର ପାଠାଗାର ଯାହା ଜୁବୁଲି ଲାଇବ୍ରେରୀ ଭାବରେ ପରିଚିତ ତାହାର ପୁନରୁଦ୍ଧାର ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ।
Comments are closed.