Latest Odisha News

BREAKING NEWS

ପ୍ରଥମ କରୋନା ମାମଲା ଡିସେମ୍ବର ନୁହେଁ ଅକ୍ଟୋବର ୨୦୧୯ରେ ଚିହ୍ନଟ ହୋଇଥିଲା; ରିପୋର୍ଟ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଚୀନ୍‌ର ଉହାନ ସହରରୁ ସାରା ବିଶ୍ବକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ଏବେ ଥମିବାର ନାଁ ନେଉନାହିଁ। ରଙ୍ଗ ବଦଳେଇ ଚାଲିଛି ମାରାତ୍ମକ ଭୂତାଣୁ। ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଡିସେମ୍ବର ନୁହେଁ ବରଂ ଅକ୍ଟୋବର ୨୦୧୯‌ରୁ ଚୀନ୍‌ରେ ପ୍ରବେଶ କରିସାରିଥିଲା।

ବ୍ରିଟେନର କେଣ୍ଟ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ ପ୍ରଥମ ଏହି ଭୂତାଣୁ ଆବିର୍ଭାବ ହେବାର ତାରିଖ ନଭେମ୍ବର ୧୭, ୨୦୧୯ ଥିଲା। ଏହା ସମ୍ଭବତ ଜାନୁୟାରୀ ୨୦୨୦ ବେଳକୁ ସାରା ବିଶ୍ବକୁ ବ୍ୟାପି ଯାଇଥିଲା। ଭାରତରେ ପ୍ରଥମ ମାମଲା ଫେବୃଆରୀ ଶେଷ ଆଡକୁ ରିପୋର୍ଟ ହୋଇଥିଲା ଏବଂ ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା।

ଚାଇନାରେ ରିପୋର୍ଟ ହୋଇଥିବା କୋଭିଡ-୧୯ ର ପ୍ରଥମ ସରକାରୀ ମାମଲା ଡିସେମ୍ବର ୨୦୧୯ରେ ଉହାନର ମାଛ ବଜାର ସହିତ ଜଡିତ ଥିଲା। ଅନୁସନ୍ଧାନରେ ଦର୍ଶାଯାଇଛି ଯେ ଏହା ମାଛ ଉହାନର ମାଛ ବଜାରରେ ପହଞ୍ଚିବା ପୂର୍ବରୁ ବିସ୍ତାରିତ ହୋଇସାରିଥିଲା।

Leave A Reply

Your email address will not be published.