Latest Odisha News

BREAKING NEWS

ଏମିତି ହୋଟେଲ: ଯେଉଁଠି ଥାଳିରେ ନୁହେଁ , ମହିଳାଙ୍କ ଉଲଗ୍ନ ଶରୀର ଉପରେ ପରଷା ଯାଏ ଖାଦ୍ୟ

ଜାପାନ: ସାଧାରଣତଃ ଆମେ କଦଳୀ ପତ୍ରଠାରୁ ଆରମ୍ଭ କରି ମାଟିପାତ୍ର,ଷ୍ଟିଲ, ପିତଳ ପାତ୍ରରେ ଖାଦ୍ୟ ଖାଇଥାଉ । କିନ୍ତୁ ବିଭିନ୍ନ ହୋଟେଲରେ ଖାଦ୍ୟ ପରଷିବାର ଶୈଳୀ ପୁରା ଭିନ୍ନ ହୋଇଥାଏ । ଯାହାର ପରଷିବା ଶୈଳୀ ଯେତେ ଆକର୍ଷଣୀୟ ହୁଏ ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । କିନ୍ତୁ ଜାପାନରେ ଏମିତି ହୋଟେଲ ଅଛି, ଯେଉଁଠି କୌଣସି ପାତ୍ରରେ ଖାଦ୍ୟ ପରଷା ଯାଏ ନାହିଁ । ବରଂ ମହିଳାଙ୍କ ଉଲ୍ଲଗ୍ନ ଶରୀର ଉପରେ ପରଷା ଯାଇଥାଏ ଖାଦ୍ୟ । ଏହି କାରଣରୁ ଏହି ହୋଟେଲରେ ଲୋକଙ୍କ ଭିଡ଼ ଜମେ ।

ହୋଟେଲରେ ଖାଦ୍ୟ ପରଷିବା ପୂର୍ବରୁ ତାହାକୁ ସୁନ୍ଦର ଭାବେ ସଜ୍ଜାଯାଇଥାଏ । ଜାପାନରେ ବିଭିନ୍ନ ହୋଟେଲରେ ଡ଼ାଇନିଂ ଟେବୁଲ ଉପରେ ମହିଳା ଉଲ୍ଲଗ୍ନ ହୋଇ ଶୋଇ ରହିଥାନ୍ତି । ତାଙ୍କ ଶରୀରକୁ ବିଭିନ୍ନ ପ୍ରକାରର ଫଳ ଓ ଫୁଲରେ ସୁନ୍ଦର ଭାବେ ସଜ୍ଜା ଯାଇଥାଏ । ଆଉ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ସଜ୍ଜାଇ ରଖାଯାଏ । ଗ୍ରାହକ ନିଜ ମନ ମୁତାବକ ଖାଦ୍ୟ ମହିଳାଙ୍କ ଶରୀର ଉପରେ ଥିବା ବ୍ୟଞ୍ଜନରୁ ବାଛି ଖାଇପାରିବେ । କେବଳ ନାରୀ ନୁହନ୍ତି ପୁରୁଷଙ୍କ ନଗ୍ନ ଶରୀର ଉପରେ ବି ଏଠାରେ ଖାଦ୍ୟ ପରଷା ଯାଇଥାଏ । ଜାପାନରେ ମଣିଷ ଶରୀର ଉପରେ ଖାଦ୍ୟ ପରଷିବା କଥା ବହୁତ ପୁରୁଣା ଅଟେ । ଏଠାରେ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମିଥାଏ ।

ପ୍ରଥମେ ମଣିଷ ଶରୀର ଉପରେ ଖାଦ୍ୟ ପରଷିବା ଉପାୟ ଚାଇନାରେ ଆରମ୍ଭ ହୋଇଥିଲା । ଏହା ‘ନ୍ୟୋତାଇମୋରୀ’ ବା ‘ବଡ଼ି ସୁଶି’ ନାମରେ ପରିଚିତ, ଯାହାର ଅର୍ଥ ଶରୀରରେ ହେଇଥିବା ପ୍ଲେଟ୍ । ଜାପାନ, ଚାଇନାର ଆଉ କିଛି ସ୍ଥାନରେ ମହିଳା, ପୁରୁଷଙ୍କ ଶରୀର ଉପରେ ଖାଦ୍ୟ ପରଷା ନ ଯାଇ ମଣିଷ ଶରୀର ପରି କେକ୍ ଅବା କଣ୍ଢେଇ କରି ତା’ ଉପରେ ଖାଦ୍ୟ ପରଷା ଯାଇଥାଏ ।

Comments are closed.