Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ଦେହାନ୍ତ

କଟକ: ବିଶିଷ୍ଟ ଲେଖକ ଶ୍ୟାମ ସୁନ୍ଦର ମିଶ୍ରଙ୍କର ରବିବାର ଦିନ କଟକର ଝାଞ୍ଜିରିମଙ୍ଗଳା ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ସେ ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ସମାପ୍ତ କରିବା ପରେ ସେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଥିଲେ। ସେ ୧୯୫୫ ମସିହାରେ ରେଭେନ୍ସା କଲେଜରୁ ଏମଏରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଡ. ମିଶ୍ରଙ୍କ ପ୍ରସିଦ୍ଧ ଲେଖା ମଧ୍ୟରେ ସାମାଜିକ ଉପନ୍ୟାସ ‘ଚକୋରୀ’, ଏକ ରାଜନୈତିକ ଉପନ୍ୟାସ ‘ଯୋଗଜନ୍ମା’, ‘ଓଡିଆ ସାହିତ୍ୟର ଭିନ୍ନ ଦିଗନ୍ତ’, ସର୍ଟ ଷ୍ଟୋରି ସ୍ବୟମ୍ ସମ୍ପୂର୍ଣ୍ଣ’ ଏବଂ’ ଢିଙ୍କି ଦେ ଚମକାଇ’, ଶିଶୁ ପୁସ୍ତକ’ ମହତ ସହିବା ଜନ’, ‘ଅନୁପମା, ‘କଥା ସରିତା ସାଗର’ ଏବଂ ଅନୁବାଦିତ ପୁସ୍ତକ ‘ଜନ୍ ବିମ୍ସ ଜୀବନୀ’ ଆଦି।

Comments are closed.