Latest Odisha News

BREAKING NEWS

ମ୍ୟାଟ୍ରିକରେ ଶୂନ୍ୟ ରେଜଲ୍ଟ କରିଥିବା ୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶୂନ୍ୟ ରେଜଲ୍ଟ କରିଥିବା ଓଡିଶାର ପ୍ରାୟ ୮୨ଟି ଉଚ୍ଚ ବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାର ସମୀକ୍ଷା ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରିବେ ବୋଲି ଗୁରୁବାର ଦିନ ପ୍ରକାଶ କରିଛନ୍ତି ।

ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସଇ) ମୁଖ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଦାସ କହିଛନ୍ତି, ଖୁବଶୀଘ୍ର ଏହି ବିଦ୍ୟାଳୟ ଗୁଡିକର ପରିଦର୍ଶନ ହେବ ଏବଂ ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଶିକ୍ଷା ପଦ୍ଧତି ସମ୍ପର୍କରେ ସମୀକ୍ଷା କରାଯିବ। ସେହିପରି ବିଦ୍ୟାଳୟ ଗୁଡିକର ଖରାପ ପ୍ରଦର୍ଶନ ଲାଗି ସ୍ଥାନୀୟ ଲୋକମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ ।

ଶୂନ୍ୟ ରେଜଲ୍ଟ କରିଥିବା ବ୍ୟିାଦଳୟ ଗୁଡିକରେ ପାସ୍ ହାର ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏନେଇ ଶିକ୍ଷାବିତ୍ ମାନଙ୍କ ସହ ବିଚାରବିମର୍ଶ ଜାରି ରହିଛି ।

Leave A Reply

Your email address will not be published.