ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି ।
ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି । ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡିବେ । ପୂର୍ବରୁ କରୋନା ପାଇଁ ୬ ମାସ ହେଲାଣି ବେପାର ବନ୍ଦ ଥିଲା । ଏବେ ଅନ୍ଲକ୍ ଲାଗୁ ହେବା ପରେ ସବୁ ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ହାଟ ଖାଲି କରିବାକୁ କହିଛି ଇଡ୍କୋ । ଏହାକୁ ନେଇ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟସ୍ଥାନରେ ଥଇଥାନ କରିବା ପରେ ହାଟରୁ ଷ୍ଟଲ ହଟାଇବା ପାଇଁ ଓ ଏହାର ନବୀକରଣ କରିବାକୁ ଏକାମ୍ର ହାଟ ବ୍ୟବସାୟୀ ସଂଘ ଦାବି କରିଛି।
Comments are closed.