Latest Odisha News

ପେଷାଦାର ଅପରାଧି କ୍ରିଷ୍ଣା ସିଂହକୁ କମିଶନରେଟ୍ ପୋଲିସ ଦେଲା ତଡ଼ିପାର ଆଦେଶ

ଭୁବନେଶ୍ୱର: କମିଶନରେଟ୍ ପୁଲିସ ତରଫରୁ ଦୁର୍ଦ୍ଧାନ୍ତ, ଅଭ୍ୟାସଗତ ଓ ପେଷାଦାର ଅପରାଧି କିଷନ ଓରଫ କ୍ରିଷ୍ଣା ସିଂହ (୨୩)କୁ ତଡିପାର କରାଯାଇଛି । ପୋଲିସ ପକ୍ଷରୁ ଏକ ବର୍ଷ  ପର୍ଯ୍ୟନ୍ତ ତଡିପାର  ଆଦେଶ ଜାରି କରାଯାଇଛି । ଏହି ଆଦେଶ ଖଣ୍ଡଗିରି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ । କିଷନ ଜଣେ ଅଭ୍ୟାସଗତ ଓ ପେଷାଦାର ଅପରାଧି । ୨୦୧୪ ରୁ ୨୦୨୨ ମଧ୍ୟରେ କିଷନ ନାମରେ ଖଣ୍ଡଗିରି ଥାନାରେ ୦୮ଟି ଅପରାଧିକ ମାମଲା ଥିବା ବେଳେ ଭରତପୁର ଥାନାରେ ୦୨ଟି, ଏୟାରପୋର୍ଟ୍ ଥାନା ଓ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି ।

ପୋଲିସ ପକ୍ଷରୁ କୁହାଯାଇଛି କିଷନ କୌଣସି ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ ନକରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ନିରୀହ ଜନତା ମାନଙ୍କୁ ଭୟଭୀତ କରେ ଏବଂ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଲୁଟ ଓ ଚୋରୀ କରି ଜୀବିକା ନିର୍ବାହ କରେ । ତାର ଉପସ୍ଥିତି ଖଣ୍ଡଗିରି ଥାନା ଅଞ୍ଚଳ ଅଧିବାସୀ ଏବଂ ଭୁବନେଶ୍ୱରର ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲା । ଏଣୁ ଉକ୍ତ ଦୁର୍ଦ୍ଧାନ୍ତ ଓ ଅସାମାଜିକ ଅପରାଧୀକୁ ଭୁବନେଶ୍ୱର ସହରାଞ୍ଚଳ ପରିସୀମା ମଧ୍ୟରେ ଅଧିକ ଅପରାଧ ଘଟାଇବାରୁ ନିବୃତ କରିବା ନିମନ୍ତେ ଓଡ଼ିଶା ସହରାଞ୍ଚଳ ପୁଲିସ ଅଧିନିୟମ ୨୦୦୩ର ଧାରା-46(a)(b)(c)(i)(ii)(iii) ଅନୁଯାଇ ତଡିପାର ଆଦେଶ ଜାରି କରାଯାଇଛି ।

Comments are closed.