Latest Odisha News

BREAKING NEWS

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।

ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି।

ତା’ ନିକଟରୁ ଗୋଟିଏ ବନ୍ଧୁକ, ମୋବାଇଲ ଫୋନ୍ ଓ ଗୋଟିଏ ବାଇକ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀଙ୍କ ଦୁଇଟି ଯାକ ଗୋଡ଼ରେ ଗୁଳି ବାଜିଥିବା ବେଳେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି।

ମିଳିଥିବା ସୂଚନାନୁଯାୟୀ ଏହି ୨ ଦୁର୍ଦ୍ଦାନ୍ତ ଅପରାଧି ସ୍ଥାନୀୟ ଅଙ୍ଗୁଳାଇ ରାସ୍ତାରେ ଥିବା ନେଇ ପୋଲିସ କୌଣସି ସୁତ୍ରରୁ ସୂଚନା ପାଇଥିଲା । ପରେ ପୋଲିସ ସେଠାରେ ପହଞ୍ଚି ଅପରାଧିମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁହେଁ ଖସିଯିବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

Leave A Reply

Your email address will not be published.