Latest Odisha News

BREAKING NEWS

୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତିଲେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ରୁଷିଆର ଡେନିୟଲ ମେଦଭେଦେଭଙ୍କୁ ୭-୫, ୬-୨ ଓ ୬-୦ ସେଟରେ ପରାସ୍ତ କରିଥିଲେ । ଜୋକୋଭିଚଙ୍କ ଏହା ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହି ତାଲିକାରେ ସୁଇଜରଲାଣ୍ଡର ରୋଜର ଫେଡେରର ଓ ରାଫେଲ ନାଡାଲ ୨୦ ଟାଇଟଲ ଜିତି ତାଙ୍କଠାରୁ ଆଗରେ ରହିଛନ୍ତି । ଜୋକୋଭିଚ ୯ଥର ଅଷ୍ଟ୍ରେଲିଆନ ଓପନ, ୪ ଥର ୟୁଏସ ଓପନ, ୨ ଥର ୱିମ୍ବେଲଡନ ଓ ଫ୍ରେଂଚ ଓପନ ଗୋଟିଏ ଥର ଜିତିଛନ୍ତି ।

ଜୋକୋଭିଚ ଆଉ ଗୋଟିଏ ମାସ ୧ ନମ୍ବର ସ୍ଥାନରେ ରହିଲେ ସର୍ବାଧିକ ଦିନ ଶୀର୍ଷ ସ୍ଥାନରେ ରହିଥିବା ଫେଡରରଙ୍କ ରେକର୍ଡ ଭାଙ୍ଗିବେ । ଫେଡେରର ୩୧୦ ସପ୍ତାହ ରହିଥିବା ବେଳେ ଜୋକୋଭିଚ ୩୦୭ ସପ୍ତାହ ଏକ ନମ୍ବର ସ୍ଥାନରେ ରହି ସାରିଛନ୍ତି ।

Leave A Reply

Your email address will not be published.