Latest Odisha News

BREAKING NEWS

୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା

ଓ୍ବାଶିଂଟନ୍ : କରୋନା ଭାଇରସ ବିରୋଧରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା । ଆମେରିକାର ଏକ ଅନୁଧ୍ୟାନରୁ ଏନେଇ ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ, ଏହି ଟିକା କରୋନା ରୋଗୀଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଦେବାରେ ସମର୍ଥ । ଏହି ଟିକା ମୋଟ ୯୦.୪ ପ୍ରତିଶତ ଫଳପ୍ରଦ ହୋଇଥିବା ନେଇ କହିଛି କମ୍ପାନୀ । ଅନୁଧ୍ୟାନରେ ଆମେରିକା ଓ ମେକ୍ସିକୋର ୧୧୯ଟି ସାଇଟରେ ୨୯ ହଜାର ୯୬୦ ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିବା କହିଛି ନୋଭାଭାକ୍ସ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୨୦୨୧ର ତୃତୀୟ ତ୍ରୟମାସିକ ସୁଦ୍ଧା ଟିକାର ଅନୁମୋଦନ ପାଇଁ ଆବେଦନ କରାଯିବ । ଏହାସହ ତୃତୀୟ ତ୍ରୟମାସିକ ଶେଷ ସୁଦ୍ଧା ନୋଭାଭାକ୍ସ କରୋନା ଟିକାର ୧୦୦ ମିଲିୟନ୍ ଡୋଜ ପ୍ରସ୍ତତୁତ କରିବ । ସେହିପରି ବର୍ଷ ଶେଷ ସୁଦ୍ଧା ପ୍ରତି ମାସକୁ ୧୫୦ ମିଲିୟନ୍ ଡୋଜ ପ୍ରସ୍ତୁତ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଥିବା କହିଛି ।

Leave A Reply

Your email address will not be published.