Latest Odisha News

ଜେଲ୍‌‌ ବିଭାଗର ଅଭିନବ ଯୋଜନା; କଏଦୀଙ୍କୁ ପାଠ ପଢ଼଼ାଇବେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ, ପାଇବେ ପାରିଶ୍ରମିକ

ଭୁବନେଶ୍ୱର: ଏଣିକି ଜେଲରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ। କିଛି ଏଭଳି ଅଭିନବ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ଜେଲ୍‌‌ ବିଭାଗ ଯୋଜନା କରିଛି। ସୂଚନା ଅନୁସାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ପାଠ ପ୍ରତି ଆଗ୍ରହୀ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ଝାରପଡ଼ା ଜେଲ୍‌‌ ଏବଂ କଟକ ଚୌଦ୍ୱାର ଜେଲ୍‌‌ରୁ ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ଜେଲ୍‌‌ ବିଭାଗ ଯୋଜନା କରିଛି। ଏହି ପଦକ୍ଷେପ ଫଳରେ ଅନେକ କଏଦୀ ଶିକ୍ଷିତ ହେବା ସହ ଭବିଷ୍ଯତରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବେ। ଏହି କ୍ରମରେ ସ୍ନାତକ ପଢ଼ିଥିବା ଉଚ୍ଚ ଶିକ୍ଷିତ କଏଦୀଙ୍କୁ ପ୍ରାଥମିକତା ଦିଆଯିବାକୁ ଥିବାବେଳେ ଦଶମ ଶ୍ରେଣୀ ଏବଂ ଉପର କ୍ଲାସ୍‌‌ ପିଲାଙ୍କୁ ମଧ୍ୟ ଆବଶ୍ୟକ ଅନୁସାରେ ସୁଯୋଗ ଦିଆଯିବ ।
କେବଳ ସେତକି ନୁହେଁ ଯେଉଁ ଉଚ୍ଚ ଶିକ୍ଷାଗତ କଏଦୀମାନେ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ ସେମାନଙ୍କୁ ଏଥିପାଇଁ ପାରିଶ୍ରମିକ ଦିଆଯିବ ମଧ୍ୟ ମିଳିବ ବୋଲି ଜେଲ୍‌‌ ବିଭାଗ ପକ୍ଷରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ; ୨୦୨୧ରେ ରାଜ୍ୟରେ ଥିବା ୮୮ଟି ଜେଲ୍‌‌ରେ ୯୨୭ଜଣ ଅଶିକ୍ଷିତ କଏଦୀ ରହିଥିଲେ। ବଡ଼କଥା ହେଲା ଗତ ୪ ବର୍ଷରେ ଜେଲ୍‌‌ରେ ୧୩ହଜାର ୪୨୩ କଏଦୀ ଶିକ୍ଷିତ ହୋଇଛନ୍ତି। କେବଳ ସେତିକି ନୁହେଁ ଦଶମ ଶ୍ରେଣୀରୁ ସ୍ନାତକ ପାଠ ପଢ଼ିଥିବା ୩୩୧ ଜଣ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିଥିବା ୭୧ଜଣ କଏଦୀ ଥିବା ବେଳେ ଡିଗ୍ରୀ ପାଠ ପଢ଼ିଥିଲେ ୧୩ଜଣ କଏଦୀ।

Comments are closed.